ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଂଚାୟତ ନିର୍ବାଚନରେ ବିଜେଡି ବିଜୟୀ ହୋଇଛି | ଏବେ ରାଜ୍ୟରେ ଜୋର ଧରିଛି ପୌରନିର୍ବାଚନ | ରାଜ୍ୟର ୩ ମହାନଗର ନିଗମ ମେୟର ପଦ ପାଇଁ ଆଜି ବିଜୁଜନତା ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ଦଳ ପକ୍ଷରୁ ସୁଲୋଚନା ଦାସଙ୍କ ନାମ ଘୋଷଣା କରାଯାଇଛି। ସେହିପରି କଟକ ମହାନଗର ନିଗମ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହ ଓ ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ସଙ୍ଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୭ ତାରିଖରେ ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଖୁବ ଶୀଘ୍ର କର୍ପୋରେଟର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ଆଶା କରାଯାଉଛି।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..