ରିପୋର୍ଟ କାର୍ଡ / ଭୁବନେଶ୍ୱର
ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ବିଜେଡି ଆସନ୍ତାକାଲିଠାରୁ ୩ ଦିନ ଧରି ପ୍ରତିବାଦ କରିବ। ବିଜୁ ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କୁ ଓଲ୍ହାଇଛନ୍ତି । କେନ୍ଦ୍ର ସରକାର ଦାମ୍ କମ୍ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି | ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। ୨୨ ତାରିଖରେ କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣା ଦିଆଯିବ। ସେହିପରି ସବୁ ବ୍ଲକ ସମ୍ମୁଖରେ ଧାରଣା ଦେବ ବିଜେଡି। ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ। ଗ୍ୟାସ୍ ଦର ନ କମିବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ଦଳ ଆନ୍ଦୋଳନ କରିବ ବୋଲି ବିଜେଡି କହିଛି। ମମିତା, ମାହାଙ୍ଗା ଡବଲ ମର୍ଡର, ପରୀ ଭଳି ହତ୍ୟାକାଣ୍ଡ ଉପରୁ ନଜର ହଟାଇବା ପାଇଁ ବିଜେଡି ଏହି ଆନ୍ଦୋଳନ ବାହାନା କରୁଥିବା ବିଜେପି କହିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ‘ଏହା ବିଜେଡିର କେବଳ ନିର୍ବାଚନୀ ଧୂଆଁ ବାଣ। ବିଜେପି ଲୋକଙ୍କ ସହ ରାଜରାସ୍ତାରେ ଠିଆ ହେବା ଯୋଗୁ ପ୍ରତିବାଦ କରିବା ପାଇଁ ବିଜେଡି ଖାଲି ବାହାନା ଖୋଜୁଛି।’






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……