Report Card Odisha

| Daily Odia News

ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡି ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରୁଛି ବିଜେଡି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ଦଳର ଉପସଭାପତି ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି। ବ୍ରହ୍ମପୁର ବିଜେଡି ଲୋକସଭା ପ୍ରାର୍ଥୀଙ୍କ ପାଇଁ ଆଶା ଓ ଅଙ୍ଗନବାଡ଼ି କର୍ମୀ ପ୍ରଚାର କରୁଥିବା ନେଇ ଅଭିଯୋଗ କରିଛି ଦଳ। ସେହିପରି ଚାନ୍ଦବାଲିରେ ଜଣେ ବିଏଲଏଫ୍ ଶଙ୍ଖ ଚିହ୍ନ ଧରି ବିଜେଡି ପାଇଁ ପ୍ରଚାର କରୁଛନ୍ତି, ଯାହା ଦ୍ଵାରା ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହେଉଛି। ଏହାସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୫୨୮ କୋଟି ଟଙ୍କା ଗୋଟିଏ ଏନଜିଓକୁ ମଞ୍ଜୁର କରିଛନ୍ତି। ଏହା ବିଜେଡିକୁ ସହାୟତା ପାଇଁ କରାଯାଇଛି। ନିର୍ବାଚନ ଆଚରଣ ବିଧି ଲାଗୁ ବେଳେ ଟିଡିସିସି କେମିତି ଏନଜିଓକୁ ଅର୍ଥ ମଞ୍ଜୁର କଲା ଓ ଅର୍ଥ ବିଭାଗ ଏହାକୁ କେମିତି ମଞ୍ଜୁର କଲେ ବୋଲି ପ୍ରଶ୍ନ କରିଛି ବିଜେପି। ଯଦି ମୁଖ୍ୟ ନିର୍ବାଚନ ଅଧିକାରୀ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ତାହେଲେ ସିଇଓ ଅଫିସ ଆଗରେ ଧାରଣା ଦେବ ବୋଲି ଚେତାବନୀ ଦେଇଛି ବିଜେପି।

 

Breaking News