Report Card Odisha

| Daily Odia News

ବାଡାବାଡି କଂଗ୍ରେସ-ବିଜେପି କର୍ମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକ କାର୍ଯ୍ୟକ୍ରମରେ କଂଗ୍ରେସ -ବିଜେପି କର୍ମୀ ବାଡାବାଡି ହୋଇଛନ୍ତି । ଏଥିରେ ବାଦ୍ ବାଦପଡି ନାହାନ୍ତି ବିଜେପି ସାଂସଦ ସଙ୍ଗମଲାଲ ଗୁପ୍ତା। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଢ ସାଙ୍ଗୀପୁରରେ ଏକ କାର୍ଯ୍ୟକ୍ରମରେ। କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରଥମେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପଥରମାଡ ଓ ଲାଠି ମାଡରେ ସାଂସଦ ସଙ୍ଗମଲାଲ ଗୁପ୍ତାଙ୍କ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି। ଏପରିକି ଅନେକ କର୍ମୀ ଓ ପୋଲିସର ଅନେକ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି। ସିଙ୍ଗାପୁର ବିକାଶ ଖଣ୍ଡରେ ଆୟୋଜିତ ଆରୋଗ୍ୟ ମେଳାରେ ବିଜେପି ସାଂସଦ ପହଞ୍ଚିବା ନେଇ ହଙ୍ଗାମା ଆରମ୍ଭ ହୋଇଥିଲା। ର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିଓ୍ଵାରୀ ଓ ବିଧାୟକ ଆରଧନା ମିଶ୍ର ମୋନା ପହଞ୍ଚିଥିଲେ। ଧିରେ ଧିରେ ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। କର୍ମୀ ଯିଏ ଯାହାକୁ ପାରିଲେ ପିଟି ଚାଲିଲେ। ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସଂଖ୍ୟା ଅଧିକ ଥିବାରୁ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ଏହି ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଟ୍ଵିଟ୍ କରି କହିଛନ୍ତି, ବିଜେପି ସରକାରରେ ଯେଉଁଭଳି ହିଂସାକାଣ୍ଡକୁ ପ୍ରୋତ୍ସାହନ ଦିଆଯାଉଛି, ତାର ପରିଣାମ ନିଜର ସାଂସଦ ଓ ବିଧାୟକଙ୍କୁ ଭୋଗିବାକୁ ପଡିଛି। ବିଜେପି ନିଜର ଜନ ପ୍ରତିନିଧିଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁ ନାହିଁ। ବିଜେପି ସରକାରରେ ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଜନଆକ୍ରୋଶ ହିଂସାତ୍ମକ ହୋଇ ଉଠିବା ଭଲ ସଙ୍କେତ ନୁହେଁ ବୋଲି ଅଖିଳେଶ ଯାଦବ କହିଛନ୍ତି।

 

Breaking News