Report Card Odisha

| Daily Odia News

ପଶ୍ଚିମବଙ୍ଗ ହିଂସାକୁ ନେଇ ମେ ୫ରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ବିଜେପି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମଧ୍ୟ ବିଜେପିର ଭାଙ୍ଗିନାହିଁ ରଣହୁଙ୍କାର | ବିଜେପିର ଆକ୍ରମଣାତ୍ମକ ଶୈଳୀରେ ପରିବର୍ତ୍ତନ ଆସିନାହିଁ। ନିର୍ବାଚନ ପରେ ଘଟିଥିବା ହିଂସାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ନଡ୍ଡାଙ୍କ ଏହି ଗସ୍ତ ମେ ୪ରୁ ଆରମ୍ଭ ହେବ ଏବଂ ଏହି ଗସ୍ତରେ ବିଜେପି ସଭାପତି ହିଂସାରେ ପୀଡିତ ପରିଜନଙ୍କୁ ଭେଟିବେ। ଏଥିସହ ପଶ୍ଚିମବଙ୍ଗରେ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ହୋଇଥିବା ହିଂସା ବିରୋଧରେ ବିଜେପି ମେ ୫ରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ବିରୋଧ ପ୍ରଦର୍ଶନ ସମୟରେ କୋଭିଡ୍ ପ୍ରଟୋକଲ ପାଳନ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ପ୍ରଦର୍ଶନରେ ବିଜେପିର ସମସ୍ତ ମଣ୍ଡଳ ସଂଗଠନ ଯୋଗ ଦେବେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ଗୋଟିଏ ଦିନ ପରେ ରାଜ୍ୟରେ ସୋମବାର ବ୍ୟାପକ ହିଂସା ଦେଖିବାକୁ ମିଳିଛି। ଏଥିରେ ପୋଡାଜୋଳା ସହ ଦୋକାନରେ ଲୁଟ୍‌ପାଟ୍ କରାଯାଇଛି। ଏଥିରେ ଅନେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦେହାନ୍ତ ଘଟିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବିରୋଧୀ କାର୍ଯ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ରାଜନୈତିକ ଉଦ୍ଦେଶ୍ୟ ଆକ୍ରମଣର ରିପୋର୍ଟ ମାଗିଛନ୍ତି।

Breaking News