ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ଗସ୍ତକୁ ଅମରିନ୍ଦ
ଅମରିନ୍ଦ ବିଜେପି ରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା | ତେବେ ଅମରିନ୍ଦରଙ୍କ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିଛନ୍ତି ଏବଂ କୌଣସି ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ନାହିଁ ବୋଲି କହିଛନ୍ତି। ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରବିନ ଥୁକରାଲ କହିଛନ୍ତି, ଅମରିନ୍ଦର ବ୍ୟକ୍ତିଗତ କାରଣ ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି। ଗସ୍ତ ସମୟରେ ସେ ତାଙ୍କର କିଛି ବନ୍ଧୁମାନଙ୍କୁ ଭେଟିବେ ଏବଂ ଦିଲ୍ଲୀ ସ୍ଥିତ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କପୁରତାଲା ହାଉସ୍ ଖାଲି କରିବେ। ଏହାକୁ ନେଇ ଅନାବଶ୍ୟକ ଗୁଜବ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୦ ଦିନ ତରେ ଅମରିନ୍ଦର ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅମରିନ୍ଦର ମଧ୍ୟ ତାଙ୍କ ଦିଲ୍ଲୀ ଗସ୍ତ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖି କହିଛନ୍ତି, ନୂଆ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀ ସ୍ଥିତ କପୁରତାଲା ହାଉସ୍ ଖାଲି କରିବା ପାଇଁ ହିଁ ସେ ଦିଲ୍ଲୀରେ ଅଛନ୍ତି। ଅମରିନ୍ଦର ଆଜି ମଧ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ପ୍ରବଳ ବର୍ଷିଛନ୍ତି। ସିଦ୍ଧୁଙ୍କୁ ସେ ଦେଶ ବିରୋଧୀ କହିଛନ୍ତି। ଦଳର ବରିଷ୍ଠ ନେତୃବୃନ୍ଦ ସିଦ୍ଧୁଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିବା ଉଚିତ ବୋଲି ଅମରିନ୍ଦର କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁନୀଲ ଜାଖର କଂଗ୍ରେସ ମୁଖ୍ୟ ହେଲେ ମୁଁ ଖୁସି ହେବି ବୋଲି ଅମରିନ୍ଦର କହିଛନ୍ତି। ପଂଜାବ କଂଗ୍ରେସରେ ନେତୃତ୍ବ ନେବାପାଇଁ ସିଦ୍ଧୁ ଆଦୌ ଯୋଗ୍ୟ ନୁହନ୍ତି ଏବଂ ସିଦ୍ଧୁ ଇସ୍ତଫା ଦେବା ଘଟଣାରେ ସେ ଖୁସି ଥିବା କହିଛନ୍ତି।
Discussion about this post