ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭା ନିର୍ବାଚନରେ ଭାଜପାର ବୃହତ୍ ବିଜୟ ପରେ ଏବେ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୯ ରାଜ୍ୟରେ ସାଂଗଠନିକ ନିର୍ବାଚନ ଶେଷ ହୋଇଥିବା ବେଳେ ଉତ୍ତରପ୍ରଦେଶ ଓ କର୍ନାଟକରେ ଅଟକି ରହିଛି। ଆସନ୍ତାବର୍ଷ ଜାନୁଆରୀ ସୁଦ୍ଧା ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଯିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନର ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପିନ୍ଦର ଯାଦବ ଏବଂ ଶିବରାଜ ସିଂ ଚୌହାନଙ୍କ ନାମ ଚର୍ଚ୍ଚାରେ ରହିଛି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..