ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ଲୋକଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଥିବା କଂଗ୍ରେସକୁ ଶକ୍ତ ଝଟକା । କପି ରାଇଟ୍ ଉଲ୍ଲଙ୍ଘନ ମାମଲାରେ ବେଙ୍ଗାଲୁରୁର ଗୋଟିଏ କୋର୍ଟ କଂଗ୍ରେସର ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲ ଗାନ୍ଧି ଜାରି ରଖିଥିବା ଭାରତ ଯୋଡ଼ ଯାତ୍ରାର କିଛି ଭିଡିଓ କଂଗ୍ରେସର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଏଥିରେ ମ୍ୟୁଜିକ ଦିଆଯାଇଥିଲା। ସୁପର ହିଟ୍ ଫିଲ୍ମ କେଜିଏଫ-୨ର ମ୍ୟୁଜିକକୁ କଂଗ୍ରେସ ବିନା ଅନୁମତିରେ ବ୍ୟବହାର କରିଥିବାରୁ ଦଳ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା। ଏହାର ଶୁଣାଣି କରି ବେଙ୍ଗାଲୁରୁ କୋର୍ଟ କଂଗ୍ରେସ ଓ ଭାରତ ଯୋଡ଼ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……