Report Card Odisha

| Daily Odia News

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା ସଫଳ ହେଇଥିବା କହିଛନ୍ତି ସଫେଇ ସଂଘର ସମ୍ପାଦକ। ତେବେ ୨ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଅଳିଆ ପୃଥକୀକରଣ ପାଇଁ ୧୫ ଦିନ ସମୟ ନେଇଛି ବିଏମସି।  ସଫେଇ କର୍ମଚାରୀ  ଦରମା ବୃଦ୍ଧି ସହ ୨ ଦଫା ଦାବିରେ ଆନ୍ଦୋଳନ କରିଥିଲେ । ୧୫ ହଜାର ଟଙ୍କା ଦରମା ଦାବି କରିଥିଲେ ସଫେଇ କର୍ମଚାରୀ।

Breaking News