ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ କରୋନା କରୋନା ସଂକ୍ରମଣ ସଂଖ୍ୟା ୧ ହଜାର ପାକପାଖି ପଜିଟିଭ ଚିହ୍ନଟ ହେଉଛନ୍ତି | ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ଭୟ ରହିଛି | କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗତ ଦୁଇ ତିନି ଦିନ ହେଲା ଭୁବନେଶ୍ୱରରୁ ଏକ ହଜାର ପାଖାପାଖି କେସ୍ ଆସୁଛି। ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି, ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଏମସିରେ ବେଡ୍ର ଅଭାବ ନାହିଁ। ଏବେ ଆମ ପାଖରେ ୩୫୫୩ ବିଭିନ୍ନ ବିଭାଗର ବେଡ୍ ଅଛି। ଏବେ ୫୩୧ ଆଇସିୟୁ, ୮୩୬ ଏଚଡିୟୁ ଓ ୨୧୮୬ ସାଧାରଣ ବେଡ୍ ରହିଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରେ ରହି ଚିକିତ୍ସିତ ହେଉଛନ୍ତି। ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ସେ କହିଛନ୍ତି, ସୋମବାରଠାରୁ ବିଏମସି ପକ୍ଷରୁ ର ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକାକରଣ କରାଯିବ। ଟିକାକରଣ ପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ହେବ। ଟିକାକରଣ କେନ୍ଦ୍ରକୁ ନ ଆସି କୋ-ଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ବିଏମସି କମିସନର ଅନୁରୋଧ କରିଛନ୍ତି। ବିନା ପଞ୍ଜୀକରଣରେ ଟିକା ଦିଆଯିବନି ବୋଲି ସ୍ପଷ୍ଟ କରିଛନ୍ତି କମିଶନର। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଭ୍ୟାକସିନର ଅଭାବ ନାହିଁ ବୋଲି ସେ ସ୍ପଷ୍ଟ ମଧ୍ୟ କରିଛନ୍ତି। ଲକ୍ଷଣ ଦେଖାଦେଲେ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି । ରାଜଧାନୀରେ ୧୧ଟି ଘରୋଇ ଲାବୋରାଟୋରିରେ ପରୀକ୍ଷା ସୁବିଧା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖାଯିବ ଉଚିତ।
More Stories
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ଦୁର୍ଘଟଣାରେ ଜଣେ ମୃତ,୬ ଗୁରୁତର…..