ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଉଛି । ଯାହାକୁ ଦୃଷ୍ଟିରେ ରଖି କିଛି କଟକଣା ଜାରି କରିଛି ବିଏମ୍ସି । ଯଦି କେହି କଟକଣା ନମାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଜିଠାରୁ ହାଟ ଓ ବଜାରରେ ବିକେନ୍ଦ୍ରୀକରଣ ଲାଗୁ ହେବ କଟକଣା । ଏହି ସବୁ ସ୍ଥାନରେ ମାନିବାକୁ ପଡିବ ସମାଜିକ ଦୂରତା । ମୁହଁରେ ମାସ୍କ ନଥିଲେ ସିଲ୍ ହେବ ଦୋକାନ । ଖାସ୍ କରି ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି କରାଯିବ କଟକଣା । ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦେଶ ଦେଲେ ବିଏମସି କମିଶନର । ସେହିପରି ଆଜିଠାରୁ ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବ୍ଲୁ ହ୍ୱିଲ୍ କୋଭିଡ଼ ହସ୍ପିଟାଲ ମଙ୍ଗଳବାର ଠାରୁ କାର୍ଯ୍ୟକ୍ଷମ ହେବ । ଏହାପରେ ଖୁବଶୀଘ୍ର ସ୍ପର୍ଶ ଓ କିମ୍ସ କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । କିମ୍ସ କୋଭିଡ଼ ହସ୍ପିଟାଲରେ ପ୍ରସ୍ତୁତ ହେବ ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ।
More Stories
ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହରସାଲ୍…..
କମିବାର ନାଁ ନେଉନାହିଁ ଝାଡାବାନ୍ତି : ୮୮ ଆକ୍ରାନ୍ତ…..
ଚଳିତ ବର୍ଷ ୪୦ ହଜାର ନୂଆ ନିଯୁକ୍ତି:ମୁଖ୍ୟମନ୍ତ୍ରୀ……