ରିପୋର୍ଟ କାର୍ଡ / ବଲାଙ୍ଗୀର
ନିଶାଶକ୍ତ ତିନି ଯୁବକ ଘଟାଇଛନ୍ତି ଜଘନ୍ୟ କାଣ୍ଡ । ବନ୍ଧୁକ ଦେଖାଇ ଜଣେ ଯୁବକଙ୍କ ମଳ ଦ୍ବାରରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଛନ୍ତି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା | ଗାଁର କରୁଣା ଭୋଇ (୧୯) ଗତକାଲି ସନ୍ଧ୍ୟାରେ ଗାଁ ନିକଟ ପଡିଆକୁ ଶୌଚ ହେବାକୁ ଯାଇଥିଲେ । ସେଠାରେ ତିନି ଜଣ ନିଶାଶକ୍ତ ଯୁବକ ତାଙ୍କ ସହ ଥଟ୍ଟା ମଜା କରିବା ସହ ବନ୍ଧୁକ ଦେଖାଇଥିଲେ । ପରେ ଦୁଇଜଣ ତାଙ୍କୁ ଶୁଆଇଦେଇ ମାଡିବସି ଧରିଥଲେ । ଅନ୍ୟଜଣେ ତାଙ୍କ ମଳ ଦ୍ବାରରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ । ପ୍ରବଳ ଯନ୍ତ୍ରଣା ଭିତରେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରକୁ ଆଣାଜାଇଥିଲା । ହେଲେ ଡାକ୍ତଙ୍କ ବହୁ ପ୍ରଚେଷ୍ଟା ପରେ ମଧ୍ୟ ଗ୍ଲାସ ବାହାରି ପାରି ନଥିଲା । ତେଣୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
Discussion about this post