Report Card Odisha

| Daily Odia News

ମାଳଦୀପରେ ମଜା ନେଉଛନ୍ତି ଜାହ୍ନବୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ମହାମାରୀ ସମୟରେ ସମସ୍ତେ ବୋର ହୋଇଗଲେଣି | ଟିକେ କୋଆଡେ ବୁଲି ଆସିବା ବାକୁ ସମସ୍ତଙ୍କର ଇଚ୍ଛା । ଏ ଦିଗରେ ଜାହ୍ନବୀ କପୁର ମଧ୍ୟ ପଛରେ ପଡି ନାହାନ୍ତି। ସେ ତାଙ୍କର ଛୁଟି କଟେଇବା ନେଇ ମାଳଦୀପରେ ପହଞ୍ଚି ଯାଇଛନ୍ତି। ଲକଡାଉନ ହଟିବା ପରେ ବଲିଉଡର ଷ୍ଟାରମାନେ ବାହାରି ପଡିଥିଲେ ମାଳଦୀପ ଗସ୍ତରେ। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ବଲିଉଡର ଏହି ସୁନ୍ଦରୀ । ଷ୍ଟାର ଯାତ୍ରାର ଶେଷ ଆଡକୁ ଜାହ୍ନବୀ କପୁର ବାହାରି ପଡିଥିଲେ ମାଳଦୀପ ଯାତ୍ରାରେ। ଏବେ ସୁଦ୍ଧା ବି ତାଙ୍କ ବୁଲାବୁଲି ସରିନି। ସେ ସେଠାରେ ସୁନ୍ଦର ସୁନ୍ଦର ଜାଗା ବୁଲିବା ସହିତ ଫଟୋ ଉଠାଇ ତାଙ୍କ ପ୍ରସଂଶକମାନଙ୍କ ସହ ସେଆର କରିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳେ।

ସମୁଦ୍ର କୂଳ ଓ ସୂର୍ଯାସ୍ତର ଦୃଶ୍ୟକୁ ଜାହ୍ନବୀ ବେଶ ଉପଭୋଗ କରୁଥିବା ବେଳେ ଫଟୋ ଉଠାଇବାକୁ ମଧ୍ୟ୍ ଭୁଲୁ ନାହାନ୍ତି। ଜାହ୍ନବୀ ତାଙ୍କ ସୋସିଆଲ ମିଡିଆ ପେଜରେ ଫଟୋସବୁ ସେଆର କରିବା ସହ ମାଳଦୀପରେ ସେ ବହୁତ ଉପଭୋଗ କରୁଥିବା କୁହନ୍ତି। ସେ ସୁଇମସୁଟରେ ପୋଷ୍ଟ କରିଥିବା ଫଟୋଗୁଡିକ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକ ଦେଖି ଆପଣମାନେ ନିଶ୍ଚିତ ଜାଣୁଥିବେ ଜାହ୍ନବୀ ସନସେଟର ମଜ୍ଜା ନେବା ସହ ସିଲବର ବେକଲେସ୍ ସୁଇମସୁଟରେ ସେ କେତେ ଆକର୍ଷଣୀୟ ଲାଗୁଛନ୍ତି।

ସେ ମଧ୍ୟ ତାଙ୍କ ହାତରେ ବ୍ରେସଲେଟ ଓ କିଛି ଚୁଡି ପିନ୍ଧିଥିବା ଦେଖାଯାଏ। ତଳେ ସୁନ୍ଦର ସମୁଦ୍ର ଓ ଉପରେ ରଙ୍ଗୀନ ଆକାଶ, ଏହାରି ଭିତରେ ଠିଆହୋଇ ଜାହ୍ନବୀ ପ୍ରକୃତିକୁ ବେଶ ଉପଭୋଗ କରିବା ସହ ଛୁଟିଦିନର ମଜ୍ଜା ଉଠାଉଛନ୍ତି। ଫଟୋରେ ସେ ଯେଉଁ ଅଦ୍ଭୁଦ ଚାହାଣୀ ଦେଇଛନ୍ତି ତାହା କାହାର ବା ମନକୁ ନ ଚୋରେଇବ! ସତେ ଯେପରି ସେ କୌଣସି ଏକ ସ୍ଵପ୍ନର ଦୁନିଆରେ ହଜିଯାଇଥିବା ଦେଖିବାକୁ ମିଳେ। ଏହିସବୁ ଫଟୋ ସେଆର କରି ମାଳଦୀପରେ ଜାହ୍ନବୀ ବହୁତ ଆନନ୍ଦ ନେଉଥିବା କହିଛନ୍ତି।

ଜାହ୍ନବୀ ସାଙ୍ଗମାନଙ୍କ ସହ ମାଳଦୀପ ଯିବା ପୂର୍ବରୁ ତାଙ୍କ ଭଉଣୀ ଖୁସୀ କପୁରଙ୍କ ସହ ନିୟୁର୍କରେ ଥିଲେ। ଖୁସୀ ନିୟୁର୍କରେ ପାଠ ପଢିବା ପାଇଁ ଯାଇଥିଲେ। କିନ୍ତୁ ଜାହ୍ନବୀ ତାଙ୍କ ସହ ସମୟ ବିତାଇବା ପାଇଁ ଯାଇଥିବା ବେଳେ ୟୁନିଭର୍ସିଟିରେ ଆଡମିଶନ ପାଇଁ ତାଙ୍କୁ ବହୁତ ସହଯୋଗ କରିଥିଲେ।ଜାହ୍ନବୀଙ୍କ ସିନେମା ଦୁନିଆ କଥା ଯଦି କହିବା ତେବେ ସେ ପୂର୍ବରୁ ରୋହୀ’ରେ ଆସିଥିଲେ। ଏଥିରେ ସେ ଏଭଳି ଏକ ଝିଅର ଭୂମିକା ନିଭାଇଥିଲେ ଯିଏ ଏକ ଭୂତୁଣୀର କବ୍ଜାରେ ପଡିଯାଇଥିଲା।

ଏହି ଫିଲ୍ମରେ ତାଙ୍କ ସହିତ ରାଜକୁମାର ରାଓ ଓ ବରୁଣ ଶର୍ମା ମଧ୍ୟ ଥିଲେ। ତେବେ ଖୁବ୍ ଶୀଘ୍ର ଜାହ୍ନବୀ କାର୍ତ୍ତିକ ଆର୍ଯ୍ୟନ ଓ ଲକ୍ଷଙ୍କ ସହିତ ସିନେମା ‘ଦୋସ୍ତାନା-2’ରେ ନଜର ଆସିବେ। ଏହା ବ୍ୟତୀତ ଜାହ୍ନବୀ ବର୍ତ୍ତମାନ ‘ଗୁଡ ଲକ ଜେରୀ’ରେ ମଧ୍ୟ କାମ କରୁଛନ୍ତି।

 

Breaking News