Report Card Odisha

| Daily Odia News

ଉପାସନାଙ୍କ ବିବାହରେ ବଲିଉଡ ଅଭିନେତ୍ରୀ ଦିଶା

ଯୋଧପୁର: ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଏକମାତ୍ର ଝିଅ ଉପାସନା ମହାପାତ୍ରଙ୍କ ବିବାହରେ ସାମିଲ ହେଲେ ବଲିଉଡ ଅଭିନେତ୍ରୀ । ତାଙ୍କ ବାହାଘରେ ବରଯାତ୍ରୀ ସାଜି ଧୁମ୍ ନାଚିଲେ ମଲଙ୍ଗ ଅଭିନେତ୍ରୀ ଦିଶା ପଟାନୀ । ଏବେ ଉପାସନାଙ୍କ ବାହାଘରର କିଛି ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ରାଜସ୍ଥାନ ଯୋଧପୁରର ଏକ ପ୍ୟାଲେସରେ ଉପାସନାଙ୍କ ବାହାଘର ହୋଇଛି । ମୁମ୍ବାଇର ଶିଳ୍ପପତି ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କୁ ସେ ନିଜ ଜୀବନସାଥୀ ରୂପେ ବାଛିନ୍ତି । ତେବେ ଏହି ବାହାଘରରେ ନାମିଦାମୀ ରାଜନେତାଙ୍କ ସହ ବଲିଉଡ ଅଭିନେତ୍ରୀ ମଧ୍ୟ ଯୋଗଦେଇଥିଲେ। ପ୍ରକୃତରେ ଦିଶା ହେଉଛନ୍ତି ଉପାସନାଙ୍କ ସ୍ୱାମୀ ଶୁଭ୍ରାଂଶୁଙ୍କ ଜଣେ ଭଲ ବନ୍ଧୁ । ଉପାସନା ଓ ଶୁଭ୍ରାଶୁଂଙ୍କ ବାହାଘରରେ ଦିଶା ଏକ ପିଙ୍କ କଲରର ଲେହେଙ୍ଗା ପିନ୍ଧିଥିଲେ ।

Breaking News