ମୁମ୍ବାଇ: ଟ୍ରାଫିକ୍ ଦେଉଥିଲା ଟେନସନ । କ୍ଷୀର ବିକ୍ରି କରିବା ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ କି ଟ୍ରାଫିକ ସମସ୍ୟା । କାରଣ ଟ୍ରାଫିକ ଟେନସନ କୁ ବାଏ ବାଏ କରିବାକୁ ହେଲିକପ୍ଟର କିଣିଲେ ଦୁଗ୍ଧ ଚାଷୀ । ନିଜ ଦୁଗ୍ଧ ବ୍ୟବସାୟକୁ ସୁଗମ କରିବାକୁ ୩୦ କୋଟିର ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ଭିଓଣ୍ଡିର ଚାଷୀ ଜନାର୍ଦ୍ଦନ ଭୋଇ । ତେବେ ଖାଲି ନିଜ ଅଂଚଳ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ସହଜରେ କ୍ଷୀର ପହଂଚାଇବାକୁ ଏହି ହେଲିକପ୍ଟର କିଣିଛନ୍ତି ଚାଷୀ ଜନାର୍ଦ୍ଦନ । ମହାରାଷ୍ଟ୍ରର ଜଣେ ଖ୍ୟାତନାମା ଚାଷୀ ସହ ଜଣେ ବିଲଡର ହୋଇଥିବାରୁ ତାଙ୍କୁ ଦେଶର କୋଣ ଅନୁକୋଣକୁ କ୍ଷୀର ପହଂଚାଇବାକୁ ପଡେ । ପଞ୍ଜାବ, ହରିୟାଣା , ରାଜସ୍ତାନ, ଗୁଜୁରାଟ ଭଳି ରାଜ୍ୟର ଅନେକ ସ୍ଥାନରେ ତାଙ୍କର ବ୍ୟବସାୟ ଚାଲୁଥିବାରୁ ଗାଡି ଯିବାଆସିବା କରି ସମସ୍ତ କାମ ବୁଝିବା ସମୟ ସାପକ୍ଷ ହୋଇଥିବାରୁ ସେ ହେଲିକପ୍ଟର କିଣିଛନ୍ତି । ୫୦ ଏକର ଜମିରେ ଜନାର୍ଦ୍ଦନ ଫାର୍ମହାଉସ କରିଥିବା ବେଳେ ସେଠାରେ ସେ ଧାନ ପନିପରିବା ସହ ଗୋପାଳନ କରିଛନ୍ତି । ନିଜ ଫାର୍ମରେ ୩ଶହ ଟି ଗାଈ ରଖିଛନ୍ତି । ବିଭିନ୍ନ ପ୍ରଜାତିର ଗାଈ କିଣିବାକୁ ସେ ଦୂରକୁ ଯାଉଛନ୍ତି । ତେଣୁ ବ୍ୟବସାୟ ବଣିଜକୁ ସହଜ କରିବାକୁ ଚାଷୀ ଜଣକ ହେଲିକପ୍ଟର କିଣିଛନ୍ତି । ତେବେ ୩ଏକର ଜମିରେ ହେଲିକପ୍ଟର ପାଇଁ ହେଲିପ୍ୟାଡ୍ ନିର୍ମାଣ କପରାଯାଇଥିବା ବେଳେ ଜଣେ ପାଇଲଟ ଦୁଇ ଜଣ ଇଂଜିନିୟର ଏବଂ ୫ଜଣ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ମଧ୍ୟ କରିଛନ୍ତି । ଅଉ ଏହି ଚାଷୀ ଜଣଙ୍କ ସେମାନଙ୍କୁ ମୋଟ ୧୦ଲକ୍ଷ ଟଙ୍କାର ଦରମା ବି ଦେବେ । ତେବେ ମାର୍ଚ୍ଚ ୧୫ ତାରିଖରେ ମିଧିବଦ୍ଧ ଭାବେ ହେଲିପ୍ୟାଡରେ ରହିବ କ୍ଷୀର ଚାଷୀଙ୍କ ହେଲିକପ୍ଟର । ନିଜ ବ୍ୟବସାୟ ପାଇଁ ଚାଷୀଟିଏ ଏମିତି ଏକ ପଦକ୍ଷେପ ନେବା ପରେ ଏବେ ସବୁଠି ଚର୍ଚ୍ଚାରେ ଜନାର୍ଦ୍ଦନ ।
More Stories
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ପୁଣି ପ୍ରୟାଗରାଜ ମହାକୁମ୍ଭରେ ଅଗ୍ନିକାଣ୍ଡ…..
୫ ବର୍ଷ ପରେ ଖସିଲା ରେପୋ ରେଟ୍…..