Report Card Odisha

| Daily Odia News

ଗୋଟିଏ ସିନ୍ ପାଇଁ ଦେଢ଼ କୋଟି

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ମେଗା ବଜେଟ୍ ଫିଲ୍ମ ‘ରାଧେଶ୍ୟାମ’ର ଟିଜର ରିଲିଜ ହେଉଣୁ ଚାଁଚଲ୍ୟ ସୃଷ୍ଟି କରିଛି । ପ୍ରତିଥର ଭଳି ଏହିଥର ମଧ୍ୟ ଟିଜରରେ ପ୍ରଭାସଙ୍କ ରୋମାନ୍ଟିକ ଅନ୍ଦାଜ ଦର୍ଶକଙ୍କୁ ମତୁଆଲା କରିଛି । ଟିଜରରେ ବାହୁବଳୀ ପ୍ରଭାସ ଏବଂ ମହେଞ୍ଜୋଦାରୋ ଫେମପୂଜା ହେଗଡ଼ଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । କିନ୍ତୁ ଏହି କଥା ଖୁବ୍ କମ ଲୋକ ଜାଣିଛନ୍ତି ଯେ ଟିଜରରେ ଏଭଳି ଏକ ଦୃଶ୍ୟ ରହିଛି ଯେଉଁଥିରେ ନିର୍ମାତାଙ୍କୁ ଏକ କୋଟିରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି । ରାଧେଶ୍ୟାମର ଟିଜର ଆରମ୍ଭ ହେଉଛି ଏକ ରେଲୱେ ଷ୍ଟେସନରୁ । ସେହି ଷ୍ଟେସନରେ ପ୍ରଭାସ ପୂଜାଙ୍କୁ ଡାକୁଥିବାର ନଜର ଆସିଛି । ଏହି ଦୃଶ୍ୟକୁ ହାଇଦ୍ରାବାଦରେ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ସୁଟ୍ କରାଯାଇଛି । ଦୃଶ୍ୟର ସୁଟିଂ ପାଇଁ ଆର୍ଟ ଡାଇରେକ୍ଟର ରବିନ୍ଦର ରେଡ୍ଡୀଙ୍କର ରହିି ଏକ ଖାସ୍ ଭୂମିକା ରହିଛି । ଏଥିପାଇଁ ସେ ତାଙ୍କ ଟିମ୍‌ରେ ସାମିଲ କରିଥିଲେ ପ୍ରାୟ ୨୫୦ ଲୋକ । ଏହି ଗୋଟିଏ ଦୃଶ୍ୟର ସୁଟିଂ ପାଇଁ ତାଙ୍କୁ ଲାଗିଥିଲା ପ୍ରାୟ ୩୦ଦିନ।

 

Breaking News