ରିପୋର୍ଟ କାର୍ଡ / ପାଟନା
ବିହାର ପାଟନା ସ୍ଥିତ ସିଭିଲ୍ କୋର୍ଟରେ ଶୁକ୍ରବାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର ଶବ୍ଦ ପରେ କୋର୍ଟ ପରିସରରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କୁହାଯାଉଛି ଯେ, ଏକ ହଷ୍ଟେଲରୁ ଜବତ ହୋଇଥିବା ବୋମାକୁ କୋର୍ଟରେ ଉପସ୍ଥାପନ କରାଯାଉଥିଲା। ଏହି ସମୟରେ ବୋମାଟି ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ତଦନ୍ତ ଅଧିକାରୀ ଆହତ ହୋଇଛନ୍ତି। ସୂଚନାନୁସାରେ, କଦମକୁଆଁ ଥାନା ପକ୍ଷରୁ କୋର୍ଟକୁ ବୋମାଟି ଅଣାଯାଇଥିଲା। ଏହାକୁ ଉପସ୍ଥାପନ କରିବା ସମୟରେ ବିସ୍ଫୋରଣ ଘଟିଛି।






More Stories
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..
ରନ୍ଓ୍ବେରେ ୨ ବିମାନ ମୁହାଁମୁହିଁ…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..