ରିପୋର୍ଟ କାର୍ଡ / ଅନୁଗୁଳ
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍ ପରିସରରେ ଏକ ବୋମା ମିଳିଛି। ତେବେ ବୋମାଟି କେଉଁଠୁ ଆସିଲା, କିଏ ରଖିଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ସକାଳେ ବିଧାୟକଙ୍କ ନନ୍ଦିରା ସ୍ଥିତ ଅଫିସ୍ ପରିସରରରେ ଗୋଟିଏ ବୋମା ପଡ଼ିଥିବା ଜଣେ କର୍ମୀ ଦେଖିଥିଲେ। ଏନେଇ ପୋଲିସ କୁ ଖବର ଦେଇଥିଲେ। ବୋମାରେ ଟାଇମର ଲାଗିଥିବା ଜଣାଯାଇଛି। ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି।






More Stories
ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା…..
ବିଜେଡିରେ ସୁଜାତା ସାମିଲ;ବିଜେଡି ୨ ଫାଳ!….
ମାଗଣା ମିଳିବ ସ୍କୁଲ୍ ବ୍ୟାଗ୍……