Report Card Odisha

| Daily Odia News

ବିମାନରେ ବୋମା ଧମକ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇଟାଲୀର ରୋମରୁ ଢାକା ଯାଉଥିବା ବାଂଲାଦେଶ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଛି । ଢାକାସ୍ଥିତ ହଜରତ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏକ ଅଜଣା ନମ୍ବରରୁ କଲ୍ କରି ଏହି ଧମକ ବିଷୟରେ ସୂଚନା ଦିଆଯାଇଥିଲା। ବିମାନବନ୍ଦର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗ୍ରୁପ୍ କ୍ୟାପ୍ଟେନ୍ କମରୁଲ ଇସଲାମ୍ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିମାନ ବିଜି-୩୫୬ ରୋମରୁ ଢାକା ଅଭିମୁଖେ ଯାଉଥିବା ବେଳେ ବୋମା ମାଡ଼ ଧମକ ଦିଆଯାଇଥିଲା। ଆଜି ସକାଳ ୯ଟା ୨୦ ମିନିଟରେ ବିମାନଟି ହଜରତ ଶାହାଜାଲାଲ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନର ୨୫୦ ଯାତ୍ରୀ ଓ ୧୩ ଜଣ କର୍ମଚାରୀଙ୍କୁ ବିମାନରୁ ବାହାର କରି ଟର୍ମିନାଲକୁ ଅଣାଯାଇଥିଲା। ତେବେ ବିମାନରେ ବୋମା ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Breaking News