ରିପୋର୍ଟ କାର୍ଡ / ମୁମ୍ବଇ
ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଗଣମାଧ୍ୟମରେ ମାନହାନି ମୋକଦ୍ଦମା ଉପରେ ଲଗାଇଥିବା ଅଭିଯୋଗର ବମ୍ବେ ଉଚ୍ଚ ନ୍ୟାୟାଳୟ ଶୁକ୍ରବାର ଶୁଣାଇକରିଛନ୍ତି | କହିଛନ୍ତି କି ସାମାଜିକ ଗଣମାଧ୍ୟମରେ ସମାଲୋଚନାକୁ ବନ୍ଦ କରିହେବ ନାହିଁ । ଯାହାକି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଲାଗିଛି ଶକ୍ତ ଝଟକା | ସ୍ବାମୀ ରାଜ କୁନ୍ଦ୍ରାଙ୍କ ମାମଲାରେ ସମାଲୋଚିତ ଶିଳ୍ପା ମାନହାନି ମୋକଦ୍ଦମା କରିଥିଲେ। ଏହାର ଶୁଣାଣିବେଳେ ବିଚାରପତି ଗୌତମ ପଟେଲ କହିଛନ୍ତି ଯେ ‘ଆପଣ ସାଧାରଣ ଜୀବନରେ ଅଛନ୍ତି; ତେଣୁ ସମସ୍ତେ ଆପଣଙ୍କୁ ନିରୀକ୍ଷଣ କରୁଛନ୍ତି। ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇ ହେବ ନାହିଁ। କଟକଣା ଲଗାଇଲେ ଗଣମାଧ୍ୟମର ସ୍ବାଧୀନତା ଉପରେ କୁପ୍ରଭାବ ପଡ଼ିବ। ପୁଲିସ ସୂଚନାନୁଯାୟୀ, ସମାଲୋଚନା ଆକ୍ଷେପମୂଳକ ନୁହେଁ।’ ସୂଚନାଯୋଗ୍ୟ ଯେ ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ଶିଳ୍ପାଙ୍କୁ ନେଇ କିଛି ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହାକୁ ନେଇ ଶିଳ୍ପା ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେଉଥିବା ଦର୍ଶାଇ ଗୁରୁବାର ଆଦଲତର ଦ୍ବାରସ୍ଥ ହୋଇଥିଲେ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..