ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଓମିକ୍ରନ୍ ପ୍ରଜାତିକୁ ବୁଷ୍ଟର ଡୋଜ୍ ରୋକି ପାରିବନି। ପରିଶେଷରେ ସମସ୍ତେ ଓମିକ୍ରନ୍ରେ ଆକ୍ରାନ୍ତ ହେବେ। ଆଇସିଏମ୍ଆର୍ର ବୈଜ୍ଞାନିକ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଏବଂ ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ମୁଲିଲ ଏନ୍ଡିଟିଫିକୁ ସାକ୍ଷାତକାରରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଡାକ୍ତର ଜୟପ୍ରକାଶ କହିଛନ୍ତି, ଆମମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ସଂକ୍ରମିତ ହୋଇଥିଲେ ସୁଦ୍ଧା ଜାଣିପାରିବାନି। ୮୦ ପ୍ରତିଶତ ଲୋକ ଜାଣିପାରିବେନି ସେମାନେ କେତେବେଳେ କରୋନା ସଂକ୍ରମିତ ହୋଇଛନ୍ତି। ଡାକ୍ତର ଜୟପ୍ରକାଶ କହିଛନ୍ତି, ବୁଷ୍ଟର୍ ଡୋଜ୍ ମହାମାରୀର ଅଗ୍ରଗତିକୁ ରୋକି ପାରିବନି। ସଂକ୍ରମଣ ମାମଲା ୨ ଦିନରେ ଦ୍ବିଗୁଣା ହେଉଛି। ତେଣୁ ଟେଷ୍ଟ୍ ରିପୋର୍ଟ ଆସିବା ପୂର୍ବରୁ ଜଣେ ସଂକ୍ରମିତ ବ୍ୟକ୍ତି ଏକାଧିକ ଲୋକଙ୍କୁ ସଂକ୍ରମିତ କରିଥିବେ। ଡେଲ୍ଟାଠାରୁ ଓମିକ୍ରନ୍ କମ୍ ସଂକ୍ରାମକ ବୋଲି ସେ କହିଛନ୍ତି।
More Stories
ଓଡ଼ିଶାରେ ପୁରୀ ସମେତ ଏସବୁ ସ୍ଥାନକୁୁ ସର୍ତକ ସୂଚନା…..
ଉଭୟ ଭାରତ-ପାକିସ୍ତାନ ସଂଯମତା ରଖନ୍ତୁ….
ପ୍ରଚୁର ଔଷଧ ମହଜୁଦ୍ ରଖ…..