ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨ ମାସ ପରେ ପୁଣି କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନରେ ପିକନିକ ପାଇଁ ମନା କରାଯାଇଛି। ରାଜ୍ୟ ସରକାରଙ୍କ ଗାଇନଲାଇନ ଅନୁସାରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଟାନିକାଲ ଗାର୍ଡେନରେ ପିକନିକ ମନା ହୋଇଛି। ପିକନିକ ପାଇଁ ବୁକିଂ ହୋଇଥିବା ପିଣ୍ଡି ଓ କଟେଜ ପଇସା ଫେରସ୍ତ ଦିଆଯିବ। ତେବେ ଅନଲାଇନ ଓ ଅଫଲାଇନ ଟିକଟ କରି ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ ବୁଲିପାରିବେ। ପର୍ଯ୍ୟଟକମାନେ ଉଦ୍ୟାନର ସବୁଜଭରା ବୃକ୍ଷଲତା ସହ ପ୍ରଜାପତି ଉଦ୍ୟାନ, ମୋଗଲ ଉଦ୍ୟାନ, ଗୋଲାପ ଉଦ୍ୟାନ, କାଚଘର ସମେତ ବିଭିନ୍ନ ପ୍ରଜାତିର ଉଦ୍ୟାନ ଶୋଭାରାଜିକୁ ବୁଲି ଦେଖିପାରିବେ ବୋଲି ସୂଚନା ଦିଆଯାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..