ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ୨ ମାସ ପରେ ପୁଣି କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନରେ ପିକନିକ ପାଇଁ ମନା କରାଯାଇଛି। ରାଜ୍ୟ ସରକାରଙ୍କ ଗାଇନଲାଇନ ଅନୁସାରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଟାନିକାଲ ଗାର୍ଡେନରେ ପିକନିକ ମନା ହୋଇଛି। ପିକନିକ ପାଇଁ ବୁକିଂ ହୋଇଥିବା ପିଣ୍ଡି ଓ କଟେଜ ପଇସା ଫେରସ୍ତ ଦିଆଯିବ। ତେବେ ଅନଲାଇନ ଓ ଅଫଲାଇନ ଟିକଟ କରି ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ ବୁଲିପାରିବେ। ପର୍ଯ୍ୟଟକମାନେ ଉଦ୍ୟାନର ସବୁଜଭରା ବୃକ୍ଷଲତା ସହ ପ୍ରଜାପତି ଉଦ୍ୟାନ, ମୋଗଲ ଉଦ୍ୟାନ, ଗୋଲାପ ଉଦ୍ୟାନ, କାଚଘର ସମେତ ବିଭିନ୍ନ ପ୍ରଜାତିର ଉଦ୍ୟାନ ଶୋଭାରାଜିକୁ ବୁଲି ଦେଖିପାରିବେ ବୋଲି ସୂଚନା ଦିଆଯାଇଛି।
More Stories
କରୋନା ଗାଇଡଲାଇନ୍ ଜାରି, ମାସ୍କ ବାଧ୍ୟତାମୂଳକ……
ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ନଂ ଜାରି…..
୨୦ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ…..