ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏନେଇ ବ୍ରିଜଭୂଷଣ ଶରଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘କୁସ୍ତି ସଙ୍ଗଠନ ସହିତ ମୋର ଆଉ କିଛି ସମ୍ପର୍କ ନାହିଁ। ସଞ୍ଜୟ ସିଂହ ମୋର ସମ୍ପର୍କୀୟ ନୁହଁନ୍ତି। କୁସ୍ତି ସଙ୍ଗଠନରୁ ମୋର ଭୂମିକା ଶେଷ ହୋଇଛି। ମୁଁ କୁସ୍ତି ସଙ୍ଗଠନ ପାଇଁ ୧୨ ବର୍ଷ ଧରି କାମ କରିଛି। ସମୟ କହିବ ମୁଁ କ’ଣ କରିଛି ନ କରିଛି। ଏବେ ରେସଲିଂ ଆସୋସିଏସନରୁ ମୁଁ ଅବସର ନେଇଛି ଏବଂ ବର୍ତ୍ତମାନ ରେସଲିଂ ଆସୋସିଏସନ୍ ସହିତ ମୋର କୌଣସି ସମ୍ପର୍କ ନାହିଁ।’ ସେ ଆହୁରି କହିଛନ୍ତି ଯେ, ସମସ୍ତ ଫେଡେରେସନ ହାତ ଟେକି ଦେଇଥିଲେ। ତେଣୁ ୧୫ରୁ ୨୦ ବର୍ଷର ପିଲା ମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହେବ, ଏଥିପାଇଁ ନନ୍ଦୀନି ନଗର ଠାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି। ଚାରି ଦିନ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥାନ୍ତା। ଦେଶର ୨୫ଟି ଫେଡେରେସନ୍ ମଧ୍ୟରୁ ୨୫ ଜଣ ହାତ ଟେକି ଦେଇଥିଲେ। ଏହି ଟୁର୍ନାମେଣ୍ଟ ୩୧ ଡିସେମ୍ବର ସୁଦ୍ଧା ଅନୁଷ୍ଠିତ ହେବାର ଥିଲା। ସରକାର ତାଙ୍କ ଦେଖାରେଖାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……