ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଥମିବାର ନାଁ ନେଉନାହିଁ ନିଶା କାରବାର । ଆଜି ପୁଣି ଜବତ ହୋଇଛି କୋଟ କୋଟ ଟଙ୍କାର ବ୍ରାଉନସୁଗାର | ନୟାଗଡ଼ ଫତେଗଡ଼ ଭାପୁର ନିକଟରୁ ୫ କୋଟି ୮୦ ଲକ୍ଷ ଟଙ୍କର ବ୍ରାଉନ୍ସୁଗାର ଜବତ କରିଛି ଏସ୍ଟିଏଫ୍ । ମିଳିଥିବା ସୂଚନା ଅନୁସାରେ-ବ୍ରାଉନ୍ସୁଗାର କାରବାର ନେଇ ଏସ୍ଟିଏଫ୍ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ନୟାଗଡ଼ ଫତେଗଡ଼ ଭାପୁର ଅଞ୍ଚଳରେ ଚଢାଉ କରିଥିଲା । ଏହି ଚଢାଉରେ ପ୍ରାୟ ୫୮ କେଜି ବ୍ରାଉନସୁଗାର ଜବତ କରିଛି ଏସ୍ଟିଏଫ୍ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ହେବ । ଏହାସହିତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ବୋଲଗଡର ପ୍ରମୋଦ କୁମାର ସାହୁ ଓ ଫତେଗଡର ଦାଶରଥୀ ଲେଙ୍କା ।






More Stories
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..