ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଆନୁମାନିକ ପ୍ରାୟ କୋଟିଏ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଥିବା ନେଇ ଜଣାପଡିଛି । ଗିରଫ ହୋଇଥିବା ୩ ବେପାରିହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ । ଗୁଇନ୍ଦା ସୂଚନା ଆଧାରରେ ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲା ଏସଟିଏଫ୍ । ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତଙ୍କୁ ପଚରାଉଚରା କରିଛି ଏସଟିଏଫ୍ ।






More Stories
ବାପାର ଜୀବନ ନେଲା ପୁଅ…..
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା: ଜେଲ୍ ଗଲେ ସଂଗ୍ରାମ କେଶରୀ ବେହେରା…..
ବଳାତ୍କାର ପରେ ହତ୍ୟା ମାମଲା: ଅଭିଯୁକ୍ତ ଏନକାଉଣ୍ଟରରେ ନିହତ…..