ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ କବଜା କରିବାକୁ ଲାଗିପଡ଼ିଛି ଆତଙ୍କୀ ସଙ୍ଗଠନ ତାଲିବାନ। ଦିଦନକୁ ଦିନ ଆଫଗାନର ସ୍ଥିତି ସଂଗୀନ ହେବାରେ ଲାଗିଛି | ତାଲିବାନ ଚଳାଇଛି ଦମନଲୀଳା | ଆଫଗାନିସ୍ତାନକୁ ମାଢ଼ୀମାଢ଼ୀ ଆସୁଛି ତାଲିବାନ | ଗଣମାଧ୍ୟମର ସୂଚନା ଅନୁସାରେ ଆଫଗାନିସ୍ତାର ଦ୍ୱିତୀୟ ବୃହତ ସହର କାନ୍ଦାହାରକୁ ନିଜ ଅଧୀନକୁ ଦାବି କରିଛି ତାଲିବାନ। ଗୁରୁବାର ହେରାତ ସହରକୁ ଦଖଲ କରିଥିଲା ତାଲିବାନ୍। ପୂର୍ବରୁ ଗଜ୍ନୀ ସହରକୁ କବ୍ଜାକୁ ନେବା ପରେ ମାତ୍ର ୧୫୦ କିଲୋମିଟର ଦୂରରେ ଥିବା ରାଜଧାନୀ କାବୁଲ୍ ଅଭିମୁଖେ ତାଲିବାନ ଅଗ୍ରସର ହେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ଆଉ ମାତ୍ର ୯୦ ଦିନରେ ଆଫଗାନିସ୍ତାନର ରାଜଧାନୀକୁ ତାଲିବାନ ଦଖଲ କରିପାରେ ବୋଲି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ ତାଲିବାନ ନିଜ ଦଖଲକୁ ନେଇଛି । ରାଜଧାନୀକୁ ଯୋଡ଼ୁଥିବା ପ୍ରମୁଖ ସଡ଼କପଥ କାବୁଲ-କାନ୍ଦାହାର୍ ହାଇେଓ୍ୱ ବି ତାଲିବାନ ହାତକୁ ଯାଇଛି । ସେପଟେ ଆଫଗାନିସ୍ତାନରେ ସ୍ଥିତି ନେଇ ଭାରତ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ତୁରନ୍ତ ଫେରିଆସିବାକୁ ନୂଆଦିଲ୍ଲୀ ପକ୍ଷରୁ ଅପିଲ କରାଯାଇଛି। ଅନ୍ୟପକ୍ଷରେ ଆଫାଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟଙ୍କୁ ଉଦ୍ଧାର ପାଇଁ ପେଣ୍ଟାଗନ ପକ୍ଷରୁ ୩ ହଜାର ସୈନ୍ୟଙ୍କୁ ପଠାଯାଇଛି ।
Discussion about this post