ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମାଲକାନଗିରି ଗସ୍ତକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି | ମାଲକାନଗିରି ସଂସ୍କୃତି ଭବନରେ BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ମାର୍ଟ ହେଲଥ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନା ମାଲକାନଗିରି ରୁ ପ୍ରଥମ ବିତରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହିଥିଲେ । ତେବେ ମାଲକାନଗିରି ଜିଲ୍ଲାର ୧ ଲକ୍ଷ ୫୫ ହଜାର ୮୨୩ ଜଣଙ୍କୁ ବଣ୍ଟାଯିବ ଏହି BSKY ସ୍ମାର୍ଟ ହେଲଥ କାର୍ଡ । ଅଗଷ୍ଟ ୨୧ରୁ ୨୫ ମଧ୍ୟରେ ସମସ୍ତ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଜାତୀୟ ଓ ରାଜ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଏହି BSKY କାର୍ଡ । ଏହା ସହ ଅନ୍ନପୂର୍ଣ୍ଣା ଓ ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ଏହି BSKY କାର୍ଡ ମିଳିବ । ରାଜ୍ୟର ମୋଟ ୯୬ ଲକ୍ଷ ପରିବାରକୁ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟାଯିବ । ଜିଲ୍ଲାରେ ୩୮୧ଟି ସ୍ବାସ୍ଥ୍ୟ କାର୍ଡ ବିତରଣ କେନ୍ଦ୍ରର ବ୍ୟବସ୍ଥା କରାଯିବ |
Discussion about this post