ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଛି | କୃଷି ପାଇଁ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ଅଟକଳ
କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ
କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟ ବରାଦ
ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟ ବରାଦ
କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ବ୍ୟବସ୍ଥା
ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା
୧୨, ୫୦୦ ନଳକୂପ ଖନନ ହେବ; ଏଥିପାଇଁ ବ୍ୟୟବରାଦ ହୋଇଛି ୪୦୦ କୋଟି
ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ
ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି
ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ
ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି ବ୍ୟୟ ଅଟକଳ
ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି ବ୍ୟୟ ବରାଦ
ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ SHGଙ୍କୁ ମିଳିବ ୩୮ କୋଟି ଟଙ୍କା
ପ୍ରଶାସନିକ ରାଜସ୍ୱ ବ୍ୟୟ ବାବଦକୁ ୭୪, ୨୬୧ କୋଟି
ଦରମା ପାଇଁ ୨୯, ୨୪୮ କୋଟି; ପେନସନ୍ ପାଇଁ ୧୮, ୨୨୧ କୋଟି
ସୁଧ ଦେୟ ପାଇଁ ୮୪୬୭ କୋଟି, ସଂପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮୫୬ କୋଟି
ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୨୧୦ କୋଟି ଟଙ୍କା ଅଟକଳ
ଜନସ୍ୱାସ୍ଥ୍ୟ ପାଇଁ ୧୨, ୬୨୪ କୋଟି ଟଙ୍କା ବ୍ୟୟବରା
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ
ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭, ୩୨୪ କୋଟି ବ୍ୟୟବରାଦ
ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି
ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି; ବ୍ୟାଗ୍, ୟୁନିଫର୍ମ ପାଇଁ ୧୯୩ କୋଟି
ଧାର୍ମିକ ପୀଠ ବିକାଶ ପାଇଁ ୧୯୫୦ କୋଟି ବ୍ୟୟବରାଦ ଲକ୍ଷ୍ୟ
ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ
ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ
ବିଜୁ ସେତୁ ଯୋଜନାରେ ୨୮୧ ସେତୁ ହେବ, ଖର୍ଚ୍ଚ ହେବ ୧୬୮୮ କୋଟି
ଦୁର୍ଗମ ବିଚ୍ଛିନ୍ନ ଗାଁ ଗୁଡ଼ିକୁ ରାସ୍ତା ସଂଯୋଗ ପାଇଁ ୧୫୦ କୋଟି
୪ ଏୟାରପୋର୍ଟ (ରାଉରକେଲା, ଜୟପୁର, ଉତକେଲା,ଝାରସୁଗୁଡ଼ା) ଜମି ଅଧିଗ୍ରହଣ, ନବୀକରଣ ପାଇଁ ୩୨୫ କୋଟି
ଇ-ଯାନ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ
ବିଜୁ ପକ୍କା ଘର ଯୋଜନା ପାଇଁ ୫ ହଜାର ୯ଶହ ୬ କୋଟି ବ୍ୟୟବରାଦ
ମିଶନ ଶକ୍ତି ଯୋଜନାରେ SHGଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି
ମନରେଗା ପାଇଁ ୨୦୦୧ କୋଟି, ମନରେଗା କର୍ପସ ପାଣ୍ଠି ପାଇଁ ୧ ହଜାର କୋଟି
ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ୨୦୧୭ କୋଟି ବ୍ୟୟ ବରାଦ
ବ୍ୟୟ ଅଟକଳ ପାଇଁ ରାଜସ୍ୱ ପ୍ରାପ୍ତିରୁ ଖର୍ଚ୍ଚ ହେବ ୧, ୬୩, ୯୬୭ କୋଟି
ଋଣ ଓ ଅନ୍ୟାନ୍ୟ ବାବଦରୁ ପ୍ରାପ୍ତ ୩୬ ହଜାର ୩୩ କୋଟି ଖର୍ଚ୍ଚ ହେବ






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……