ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଦ୍ୱିତୀୟ ଲହର ଦେଶର ବ୍ୟବସାୟ ଓ ଅର୍ଥନୀତି ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଥିବାବେଳେ ବ୍ୟାଙ୍କ ଋଣ ଆଦାୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ତେବେ ମଇ ମାସ ଶେଷ ଭାଗରେ ଦେଶରେ ସଂକ୍ରମଣ ସଂଖ୍ୟା ହ୍ରାସପରେ ଆର୍ଥିିକ କାର୍ଯ୍ୟକଳାପରେ ଉନ୍ନତି ପରିଲକ୍ଷିତ ହେବା ଆରମ୍ଭ କରିଛି ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଗୁରୁବାର ପ୍ରକାଶିତ ଆର୍ଥିକ ସ୍ଥିରତା ରିପୋର୍ଟ (ଏଫଏସଆର)ର ମୁଖବନ୍ଧରେ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ମହାମାରୀ କାରଣରୁ ବ୍ୟାଙ୍କର ଆୟ ବ୍ୟୟ ହିସାବ ଏବଂ ପ୍ରଦର୍ଶନ ଉପରେ ଯେଉଁଭଳି ପ୍ରଭାବ ପଡିବା ଆଶଙ୍କା କରାଯାଉଥିଲା, ତାହା ଯଥେଷ୍ଟ କମ୍ ରହିଛି। ଏକ ଆକଳନ ଅନୁଯାୟୀ ୨୦୨୧ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ ବା ବୁଡିଯିବା ଅବସ୍ଥାରେ ପହଞ୍ଚିଥିବା ଋଣ ପରିମାଣ ୭.୪୮% ଥିବାବେଳେ ତାହା ୨୦୨୨ ମାର୍ଚ୍ଚ ସୁଦ୍ଧା ୯.୮%ରେ ପହଞ୍ଚିପାରେ। ପରିସ୍ଥିତି ଅଧିକ ଖରାପ ହେଲେ ୧୧.୨୨% ଋଣ ବୁଡିଯାଇପାରେ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ୨୦୨୧ ସେପ୍ଟେମ୍ବରରେ ମୋଟ ଅନାଦାୟ ଋଣ ପରିମାଣ ପ୍ରାୟ ୨୩.୫% ହୋଇପାରେ ଏବଂ ପରିସ୍ଥିତି ଅଧିକ ଖରାପ ହେଲେ ତାହା ୧୪.୮% ହେବ। ବିଶେଷକରି କ୍ଷୁଦ୍ର ବ୍ୟବସାୟ ସଂସ୍ଥା ଏବଂ ଖୁୁଚୁରା ବ୍ୟବସାୟ ପାଇଁ ଦିଆଯାଇଥିବା ଋଣକୁ ନେଇ ରହିଥିବା ଆପଦ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କକୁ ସତର୍କ କରାଇ ଦିଆଯାଇଛି। ଏସବୁ ସହିତ ସାଇବର ଆକ୍ରମଣ ଏବଂ ତଥ୍ୟ ପ୍ରଘଟ ଭଳି ନୂଆ ଆପଦ ପ୍ରତି ସତର୍କ ରହିବାକୁ ମଧ୍ୟ ଏହା ବ୍ୟାଙ୍କଗୁଡିକୁ ପରାମର୍ଶ ଦେଇଛି।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..