ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାର ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ ଆସି ବିରୋଧୀ ବିଜେଡି ଦଳର ବିଧାୟକମାନେ ହୋହାଲ୍ଲା କରିଥିଲେ । ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଚାଷ ଉପଯୋଗୀ ସମୟରେ ଚାଷୀମାନେ ସାର ପାଉନାହାଁନ୍ତି । ଚାଷୀମାନେ ସାର ପାଇଁ ହନ୍ତସନ୍ତ ହେଉଥିବାରୁ ବିଜେଡି ଏହି ପ୍ରସଙ୍ଗ ବିଧାନସଭାରେ ଆଜି ଉଠାଇଛି । ଚାଷୀ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ ବିଜେଡି ଦାବି କରିଛି । ଆଜି ପ୍ରଶ୍ନକାଳ ମାତ୍ର ୪ମିନିଟ ଚାଲିବା ପରେ ପ୍ରବଳ ହୋହାଲ୍ଲା ଯୋଗୁ ବାଚସ୍ପତି ସୁରମା ପାଢୀ ଗୃହ କାର୍ଯ୍ୟକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….