ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଜିଲ୍ଲାର ଗୋଚାଲାଣକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ଧରାପଡ଼ି ଜେଲ୍ ଯାଉଥିଲେ ମଧ୍ୟ ଏହା ବନ୍ଦ ହେଉନାହିଁ। ଗୁରୁବାର ରାତିରେ ଏପରି ଏକ ଦୌରାତ୍ମ୍ୟ ଘଟଣା ସଦର ଥାନା ଗଣ୍ଡାକିଆ ନିକଟ ନରଣପୁର ଗ୍ରାମରେ ଦେଖିବାକୁ ମିଳିଛି। ରାତିରେ ଗୋଚାଲାଣକାରୀମାନେ ଏକ ଏସିଇ ଗାଡ଼ିରେ ଏକ ଗାଈ ନେଉଥିବା ସମୟରେ କେତେକ ଯୁବକ ଅଟକାଇ ଥିଲେ। ଏହା ପରେ କିଛି ଲୋକ ଏକ ବୋଲେରୋ ଗାଡ଼ିରେ ଆସି ଗୋଚାଲାଣକୁ ରୋକୁଥିବା ଯୁବକଙ୍କୁ ବନ୍ଧୁକ ଦେଖାଇ ମାରିବା ପାଇଁ ଗୋଡ଼ାଇ ଥିଲେ। ଫଳରେ ଗୋରୁ ଗାଡ଼ିକୁ ଅଟକାଉଥିବା ଯୁବକମାନେ ଭୟରେ ନିକଟସ୍ଥ ନରଣପୁର ଗ୍ରାମକୁ ପଳାଇ ଯାଇଥିଲେ। ତେବେ ଗ୍ରାମର ଏକ କ୍ଲବ ଘରେ ଶୋଇଥିବା କିରଣ ଦାସଙ୍କ ପୁଅ ଅକ୍ଷୟ (୩୦) ପରିସ୍ରା ପାଇଁ ଉଠିଥିବା ବେଳେ ଗୋଚାଲାଣକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ଅକ୍ଷୟଙ୍କୁ ୨ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଗୋଟିଏ ଗୁଳି ବାମ ଜଙ୍ଘରେ ବାଜିଥିଲା। ଅକ୍ଷୟଙ୍କୁ ଜିଲା ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି। ଏହି ଘଟଣାର ତଦନ୍ତ ଥାନା ପୋଲିସ ଆରମ୍ଭ କରିଛି।






More Stories
ସହରାଞ୍ଚଳକୁ ମନ୍ତ୍ରୀଙ୍କ ହାଇ ଆଲର୍ଟ…..
ଅକ୍ଟୋବର ସୁଦ୍ଧା ଏସଆଇ ପରୀକ୍ଷା…..
ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା: ଦୁଇଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ…..