Report Card Odisha

| Daily Odia News

ବିଲ ଭିତରକୁ ପଶିଗଲା ବସ୍‌,୧୪ ଆହତ…..

ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର

ବିଲ ଭିତରକୁ ସରକାରୀ ବସ ପଶି ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କୁଶାମାଲ ଗାଁ ନିକଟରେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସୂଚନା ଅନୁସାରେ- ଆଜି ସକାଳେ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ବରଗଡ଼ରୁ ନବରଙ୍ଗପୁର ଅଭିମୁଖେ ଯାଉଥିଲା। କୁଶାମାଲ ଗାଁ ନିକଟରେ ବସ୍‌ର ଚକାଟି ଫାଟିଯାଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ବିଲ ଭିତରକୁ ପଶି ଯାଇଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୋଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Breaking News