Report Card Odisha

| Daily Odia News

ଓଲଟିଲା ବସ୍, ୧୮ ଆହତ….

ରିପୋର୍ଟ କାର୍ଡ / କେନ୍ଦୁଝର

ଘାଟିରେ ବସ୍ ଓଲଟି ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମା’ ନାମକ ଏହି ବେସରକାରୀ ବସ୍ କେନ୍ଦୁଝରରୁ ତେଲକୋଇ ଦେଇ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି କାଞ୍ଜିପାଣି ଘାଟି ଓହ୍ଲାଇବା ସମୟରେ କୁସୁମ ଘାଟି ପରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ୧୮ ଆହତଙ୍କ ମଧ୍ୟରୁ ୧୬ ଜଣଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ ବ୍ରେକ୍‌ ଧରୁ ନଥିବା ନେଇ ଡ୍ରାଇଭର କହିଥିଲେ। ତା’ ପରେ ବସ୍ ଓଲଟି ପଡ଼ିଥିଲା।

Breaking News