ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଆଜିଠୁ ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ପକ୍ଷରୁ ୬ଟି ଟ୍ରାଭେଲର ବସ୍ ଗଡିଛି। ମିନି ବସ୍କୁ ସ୍ଥାନୀୟ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ ଗ୍ରୁପ ରକ୍ଷଣାବେକ୍ଷଣ କରିବ। ଏଥିଲାଗି ଅଫ୍ଲାଇନରେ ଟିକେଟ ବୁକିଂ ହେବ। ଯଶିପୁରର ଧୋବାଡିହା ମୁଖ୍ୟଗେଟରେ ୪ଟି ଏବଂ ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ନିକଟରେ ଦୁଇଟି ବସ୍ ରହିବ। ଯଶିପୁରର ଧୋବାଡିହା ମୁଖ୍ୟଗେଟ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍ ଭଡ଼ା ଛଅ ହଜାର ଟଙ୍କା ରଖାଯାଇଛି। ସେହିପରି ଦକ୍ଷିଣ ବନ୍ୟାଞ୍ଚଳ ବନଖଣ୍ଡର ପିଠାବଟା ଗେଟ ଶିମିଳିପାଳ ଅଭୟାରଣ୍ୟକୁ ପଶୁଥିବା ବସ୍ର ଭଡ଼ା ସାଢ଼େ ୬ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଗୋଟିଏ ବସ୍ରେ ୧୨ ଜଣ ପର୍ଯ୍ୟଟକ ନେଚର କ୍ୟାମ୍ପକୁ ଯାଇପାରିବେ। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଶିମିଳିପାଳରେ ପର୍ଯ୍ୟଟକ ଭିଡ଼ ଜମୁଛି। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ। ଏହାସହ ଶୀତୁଆ ସକାଳର ଭରପୂର ମଜା ଉଠାଇଥାନ୍ତି ପର୍ଯ୍ୟଟକ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..