ରିପୋର୍ଟ କାର୍ଡ / ନୟାଗଡ଼
ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଫାଲ୍ପାଦୁଠାରେ ଏକ ବସ୍ ଡିଭାଇଡରରେ ପିଟିହୋଇ ଜଳି ଯାଇଛି। ବସ୍ଟି ୨୦ ଯାତ୍ରୀଙ୍କୁ ଧରି ଖୋର୍ଦ୍ଧା ସାଇ ସେବା ସଦନ ହସ୍ପିଟାଲରୁ ବୌଦ୍ଧ ହରଭଙ୍ଗା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନା ଅନୁସାରେ- ଖୋର୍ଦ୍ଧା ଜିଲ୍ଲା କୁହୁଡିଠାରେ ଥିବା ସାଇ ସେବା ସଦନ ହସ୍ପିଟାଲରେ ଆଣ୍ଠୁ ଗଣ୍ଠି ବାତରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରାଯାଏ। ବିଭିନ୍ନ ଜିଲ୍ଲାରୁ ରୋଗୀଙ୍କୁ ଏଠାକୁ ଅଣାଯାଇ ମାଗଣାରେ ଚିକିତ୍ସା କରାଯାଇଥାଏ। କିଛି ଦିନ ହେବ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ପ୍ରାୟ ୨୦ ରୋଗୀଙ୍କୁ ସାଇ ସେବା ସଦନ ହସ୍ପିଟାଲ ଅଣାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା। ସୁସ୍ଥ ହେବା ପରେ ଆଜି ଏକ ବସ୍ ଯୋଗେ ସେମାନଙ୍କୁ ହରଭଙ୍ଗା ଅଭିମୁଖେ ନିଆଯାଉଥିଲା। ବସ୍ଟି ଫାଲ୍ପାଦୁଠାରେ ଯାଉଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଜାଳି ଯାଇଛି | ସ୍ଥାନୀୟ ଲୋକେ ପୋଲିସ ତଥା ଦମକଳବାହୀନିକୁ ଜଣାଇଥିଲେ | ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ବସ୍ର ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ନବୀନଙ୍କୁ ଟାର୍ଗେଟ୍ କଲେ ମନମୋହନ…..