ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଲକ୍ଡାଉନ୍ କୋହଳ କରି ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରିଛନ୍ତି | ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନୂଆ ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି। ବସ୍ ଚଳାଚଳକୁ ସ୍ୱଭାବିକ କରିଛନ୍ତି ରାଜ୍ୟ ସରକାର । ସମଗ୍ର ରାଜ୍ୟରେ ଏବେ ଚଳାଚଳ କରିବ ବସ୍ । ବସ୍ରେ ରହିଥିବା ସିଟ୍ କାପାସିଟି ଅନୁସାରେ ଲୋକ ଯିବାକୁ ଅନୁମତି ଦିଆଯାଇଛି । କେବଳ ପୁରୀ ଜିଲ୍ଲାକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଛି । ବଜାର ଯେତିକି ସମୟ ଖୋଲିବ ସେହି ଅନୁସାରେ ଅଟୋ, ଟ୍ୟାକ୍ସି ଚାଲିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦିଆଯାଇଛି । ଏଥି ସହିତ ଅନ୍ତଃରାଜ୍ୟ ବସ୍ ଚଳାଚଳକୁ ବନ୍ଦ ରଖିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି |
More Stories
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..