ରିପୋର୍ଟ କାର୍ଡ / ନୟାଗଡ଼
ପିକନିକ୍ ଯିବା ବେଳେ ଟ୍ରକ ସହ ବସ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୩ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲା ହରିଶଙ୍କରକୁ ଯାଉଥିଲେ। ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ବସ୍ଟି ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଛାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ଘର ଦଶପଲ୍ଲାରେ ଓ ଅନ୍ୟ ଜଣଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ ବୋଲି ଜଣାଯାଇଛି । ୧୧ ଗୁରୁତରଙ୍କ ମଧ୍ୟରୁ ୪ ଜଣ ଦଶପଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।






More Stories
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..