ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ବର୍ଷ ୨୦୨୨ରେ ଦେଶର କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନେଇ ସାରା ଦେଶରେ ଉତ୍କଣ୍ଠା ଦେଖା ଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ସବୁ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏଥିଲାଗି ଉତ୍ସାହ ରହିବା ସ୍ୱଭାବିକ। ତେବେ କେନ୍ଦ୍ରରେ ବିଜେପି ଲଗାତାର ଦ୍ୱିତୀୟ ପାଳି ସରକାରରେ ହେବାକୁ ଯାଉଥିବା ଏହି ନିର୍ବାଚନକୁ ଏବେ ଦେଶ ସେମିଫାଇନାଲ ନଜରରେ ଦେଖୁଛି। ଏଥିରେ ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ୍ ସି-ଭୋଟର ସର୍ଭେ ସହ ମିଳିତ କରିଥିବାର ସର୍ଭେ ରିପୋର୍ଟ ରାଜନୀତିକୁ ଉଷ୍ମ କରିଛି। ସି-ଭୋଟର ସର୍ଭେରେ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ପଞ୍ଜାବରେ ରାଜନୀତି ଓଲଟପାଲଟ କରିବ ବୋଲି କୁହାଯାଇଛି। ରିପୋର୍ଟ ଅନୁସାରେ ଶାସକ କଂଗ୍ରେସର ଲୋକପ୍ରିୟତା ହ୍ରାସ ହୋଇଛି। ତେବେ ନିର୍ବାଚନରେ ବିଜେପି ରାଜ୍ୟରେ ଖାତା ଖୋଲି ନପାରେ ବୋଲି ସ୍ପଷ୍ଟ କରିଦେଇଛି। ରିପୋର୍ଟ ଅନୁସାରେ ନିର୍ବାଚନ ରାଜ୍ୟରେ କଂଗ୍ରେସକୁ ଶାସନରୁ ବାହାର କରିଦେବା ଭଳି ସୂଚନା ଦେଉଥିବା ବେଳେ ଆମଆଦମୀ ପାର୍ଟି ଦେଶରେ ଦ୍ୱିତୀୟ ରାଜ୍ୟ ଦଖଲ କରୁଥିବାର ସୂଚନା ଦେଇଛି। ସର୍ଭେକ୍ଷଣ ଅନୁସାରେ ଆମ ଆଦମୀ ପାର୍ଟି ପଞ୍ଜାବ ବିଧାନସଭାର ୧୧୭ ଆସନରୁ ୫୧ରୁ ୫୭ ହାତଉଥିବାର ଦାବି କରାଯାଇଛି। ଫଳରେ ଶାସକ କଂଗ୍ରେସ ରାଜ୍ୟରେ ଦ୍ୱିତୀୟ ସଂଖ୍ୟାଗରିଷ୍ଠ ପାର୍ଟିରେ ପରିଣତ ହେଉଥିବା କୁହାଯାଇଛି। କଂଗ୍ରେସକୁ ରାଜ୍ୟରେ ୩୮ରୁ ୪୬ଟି ଆସନ ମିଳିପାରେ। ତେବେ ରିପୋର୍ଟରେ ସବୁଠୁ ଯାହା ଆଶ୍ଚର୍ଯ୍ୟଜନକ ତାହା ହେଉଛି ବିଜେପି। ଦେଶରେ ଶାସନ କରୁଥିବା ଦଳକୁ ରାଜ୍ୟରେ ଗୋଟିଏ ବି ଆସନ ମିଳିପାରୁନଥିବା ରିପୋର୍ଟରେ ସୂଚିତ କରାଯାଇଛି। ଏଥିରୁ ଦିଲ୍ଲୀରେ କୃଷକ ଆନ୍ଦୋଳନ ରାଜ୍ୟ ବିଜେପିକୁ ଗୁରତର କ୍ଷତିରେ ପକାଇବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ସେହିପରି ରାଜ୍ୟରଭୋଟ ପ୍ରତିଶତରେ ବି ଆମଆଦମୀ ପାର୍ଟି ଏବେଠୁ ଆଗରେ ରହିବାରେ ଲାଗିଲାଣି। ବିଧାନସଭା ନିର୍ବାଚନ ହେଲେ ଶାସକ କଂଗ୍ରେସକୁ ୨୮.୫ ପ୍ରତିଶତ ଭୋଟ ମିଳିବାକୁ ଥିବା ବେଳେ ଅକାଳୀ ଦଳକୁ ୨୧.୮, ବିଜେପିକୁ ୭.୩ ପ୍ରତିଶତ ଭୋଟ ମିଳିବାକୁ ଥିବା ବେଳେ ଆମଆଦମୀ ପାର୍ଟିକୁ ସର୍ବାଧିକ ୩୫.୧ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଛି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..