ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ଓ କ୍ୟାବିନେଟ ବୈଠକ| ୧୧ଟା ୩୦ରେ ପ୍ରଥମେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଆସନ୍ତା ଆର୍ଥିବ ବର୍ଷ ପାଇଁ ବଜେଟକୁ ମୋହର ମରାଯିବ । ମନ୍ତ୍ରୀପରିଷଦ ବୈଠକ ପରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ବଜେଟ୍କୁ ଅନୁମୋଦନ ସହ ୨୭ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶାସକ ଦଳର ସଫଳତା ପରେ ଏହା ପ୍ରଥମ କ୍ୟାବିନେଟ୍ ବୈଠକ ହୋଇଥିବାରୁ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ କରିବାର ସମ୍ଭାବନା ରହିଛି। ଏବେ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି । ଆସନ୍ତା ୩୦ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ।
More Stories
ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍…..
ଡ୍ରାଇଭର ସଂଘ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……