ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସିବ ରାଜ୍ଯ ସରକାରଙ୍କ ତୃତୀୟ କ୍ଯାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ବୈଠକରେ ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯିବ। ଏହା ସହିତ ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯିବ। ଦ୍ବିତୀୟ କ୍ଯାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।






More Stories
ଅଥର୍ବ ବେଦରେ ଲୋକଙ୍କ ହିତ ପାଇଁ ମନ୍ତ୍ର ଚିକିତ୍ସା ଆଲୋଚନା…..
ପ୍ଲାଟିନମ୍ ଉପାଦାନ ଉତ୍ତୋଳନ ସଫଳ…..
ରୁପା ଆମଦାନୀ ଉପରେ କଟକଣା……