Report Card Odisha

| Daily Odia News

ସୁରକ୍ଷା କର୍ମୀ-ନକ୍ସଲ ମୁହାଁ ମୁହିଁ,୨ ଯବାନ ସହିଦ,୪ ଆହତ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଅପେରସନରେ ବିଜପୁର ଓ ସୁକମା ସୀମାନ୍ତ ଜଙ୍ଗଲରେ କୁମ୍ବିଂ କରୁଥିବା ଯବାନଙ୍କ ଉପରେ ନକ୍ସଲ ଆକ୍ରମଣ ଘଟିଛି। ନକ୍ସଲ ପାଇପ ବୋମା ଦ୍ୱାରା ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୬ ଜଣ ଯବାନ ଗୁରୁତର ହୋଇଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।୪ ଜଣ ଯବାନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ଆହତ ଯବାନଙ୍କ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯିବ ବୋଲି ଜଣାପଡିଛି। ସହିଦ ଯବାନ ହେଲେ ଏସ ଟି ଏଫ ବାଟାଲିୟନର କନେଷ୍ଟବଳ ଭାରତ ସାହୁ ଏବଂ ସତେର ସିଂହ କାଙ୍ଗେ। ଆହତ ଯବାନମାନେ ହେଲେ ପୁରୁଷୋତ୍ତମ ନାଗ,କୋମଳ ଯାଦବ,ସିୟାରମ ସୋରି ଓ ସଞ୍ଜୟ କୁମାର। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ସର୍ଚ୍ଚ ଅପେରସନ ଜୋରଦାର କରୁଛନ୍ତି।

Breaking News