Report Card Odisha

| Daily Odia News

ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ!……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି। ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି। ପ୍ରାୟ ଦେଢ଼ ମାସ ହେବ ନିଜ ଦଳର ନେତାମାନେ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଆସୁଛନ୍ତି। ଏହାକୁ ନେଇ ଟ୍ରୁଡୋ ଅତ୍ୟନ୍ତ ଚାପରେ ଥିବାବେଳେ ନିକଟରେ ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କ ଇସ୍ତଫା ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ଡିସେମ୍ବର ୧୬ରେ ଅର୍ଥମନ୍ତ୍ରୀ ଇସ୍ତଫା ଦେଇଥିଲେ। ବିଭିନ୍ନ ନୀତିରେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ମତପାର୍ଥକ୍ୟ ସୃଷ୍ଟି ହେଉଥିବାରୁ ସେ ଇସ୍ତଫା ଦେଇଥିବା ଫ୍ରିଲାଣ୍ଡ ଦର୍ଶାଇଥିଲେ। ଏସବୁ ଘଟଣା ପରେ ଲିବେରାଲ ପାର୍ଟି ସାଂସଦମାନେ ଆସନ୍ତା ବୁଧବାର ବୈଠକ କରିବା ନେଇ ଦିନ ଧାର୍ଯ୍ୟ ହୋଇଛି। ବୈଠକରେ କିମ୍ବା ଏହା ପୂର୍ବରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ ଟ୍ରୁଡୋଙ୍କ ଇସ୍ତଫା ପରେ ଯିଏ ଦଳୀୟ ନେତୃତ୍ଵ ନେବେ ସେ ପ୍ରଧାନମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

Breaking News