Report Card Odisha

| Daily Odia News

‘ଫୁଲକୋବି ଖିରି’

ଭୁବନେଶ୍ୱର: ପରିବାରୁ ବି ହୋଇପାରେ ଖିରି। ଫୁଲକୋବି ସହାଯ୍ୟରେ ଆପଣ ଏହି ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ। ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ।

ଆବଶ୍ୟକ ସାମଗ୍ରୀ:  କ୍ଷୀର, କାଜୁ, ପିସ୍ତା, କିସ୍‌ମିସ୍‌, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ।

ଆହୁରି ପଢ଼ନ୍ତୁ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ କଡେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜିଦିଅନ୍ତୁ। ଏହାପରେ କଡେଇରେ କ୍ଷୀରକୁ ଫୁଟାଇ ସେଥିରେ ଚିନି ପକାନ୍ତୁ। କ୍ଷୀର ଭଲ ଭାବେ ଫୁଟିଯିବା ପରେ ସେଥିରେ ଫୁଲକୋବି ଭଜା ପକାନ୍ତୁ। ଏହାପରେ ଏଥିରେ ମିଲ୍କମେଡ୍‌, କାଜୁ, ପିସ୍ତା, କିସ୍‌ମିସ୍‌ ପକାଇ ୫ ରୁ ୧୦ ମିନିଟ୍ ଫୁଟାନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ‘ଫୁଲକୋବି ଖିରି’।

Breaking News