ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଧାୟକଙ୍କୁ ଲାଞ୍ଚ ଓ ଘୋଡ଼ା ବେପାର ମାମଲାରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କୁ ସିବିଆଇ ସମନ କରିଛି। ବିଧାୟକଙ୍କ ଘୋଡ଼ା ବେପାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୧୯ରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ହରିଶ ରାୱତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ହରକ ସିଂହ ରାୱତ ଏବଂ ସମାଚାର ପ୍ଲସ୍ ନ୍ୟୁଜ୍ ଚ୍ୟାନେଲର ସିଇଓ ଉମେଶ କୁମାର ମଧ୍ୟ ଅଭିଯୁକ୍ତ ଅଛନ୍ତି। ପ୍ରାଥମିକ ତଦନ୍ତ ଉପରେ ତଦନ୍ତକାରୀ ସଂସ୍ଥା ସିଲ୍ କଭରରେ ରିପୋର୍ଟ ଦାଖଲ କରିବା ପରେ ଉତ୍ତରାଖଣ୍ଡ ହାଇକୋର୍ଟ ୨୦୧୯ ସେପ୍ଟେମ୍ବର ୩୦ରେ କଂଗ୍ରେସ ନେତାଙ୍କ ବିରୋଧରେ ସିବିଆଇକୁ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ମାମଲା ରୁଜୁ ହୋଇଥିଲା। ଏକ ଭିଡିଓରେ ଉତ୍ତରାଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାୱତ ବିଜେପିରେ ଯୋଗ ଦେଇଥିବା ବିଦ୍ରୋହୀ ବିଧାୟକଙ୍କ ସମର୍ଥନ କିଣିବା ପାଇଁ ବୁଝାମଣା କରୁଥିବା ଦେଖିବାକୁ ମିଳିଥିଲା। ଯାହାକୁ କେନ୍ଦ୍ରକରି ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ଏବଂ ମାମଲା ହାଇକୋର୍ଟକୁ ଯାଇଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..