ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଟ୍-ୟୁଜି ପରୀକ୍ଷାରେକୁ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ଏହାରି ଭିତରେ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଫୌଜଦାରୀ ମାମଲା ରୁଜୁ କରିଛି CBI। ବିଭିନ୍ନ ରାଜ୍ୟରେ ଦାୟର ଏତଲାକୁ ଗ୍ରହଣ କରିବା ସହିତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରାଯାଇଛି। ଘଟଣାର ଛାନଭିନ ପାଇଁ ପାଟନା ଓ ଗୋଧ୍ରା ଗସ୍ତ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍ୱତନ୍ତ୍ର ଟିମ୍। ମାମଲାରେ ଏଯାଏଁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ସିବିଆଇ ଖୁବଶୀଘ୍ର ରିମାଣ୍ଡରେ ନେଇ ସତ ଉଗାରିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି। ସେପଟେ ଏହି ମାମଲାରେ ବଢ଼ିଚାଲିଛି ଗିରଫଦାରୀ ସଂଖ୍ୟା। ବିହାର ଦେଓଗଡ଼ରୁ ଆଉ ୨ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଛି ପାଟନା ପୋଲିସ | ଗିରଫ ଦୁଇ ଜଣ ହେଲେ ଶିକ୍ଷକ। ଏବେ ସୁଦ୍ଧା ବିହାରରେ ୪ ପରୀକ୍ଷାର୍ଥୀଙ୍କ ସମେତ ମୋଟ ୭ ଜଣ ଗିରଫ ହେଲେଣି। ପୂରା ଦେଶରେ ଗିରଫଦାରୀ ସଂଖ୍ୟା ୧୨ ଟପିଥିବା ସୂଚନା ମିଳିଛି।






More Stories
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..