ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିବିଏସଇ ପକ୍ଷରୁ ଆସନ୍ତା ବର୍ଷ ୨୦୨୬ରୁ ବର୍ଷକୁୁ ୨ ଥର ଦଶମ ବୋର୍ଡ ପରୀକ୍ଷା ଆୟୋଜନ କରିବା ପାଇଁ ମାନଦଣ୍ଡଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହି ସୂଚନା ପରୀକ୍ଷା ନିୟନ୍ତ୍ରକ ସଂଯମ ଭରଦ୍ୱାଜ ବୁଧବାର ଅର୍ଥାତ୍ ଜୁନ୍ ୨୫ ତାରିଖରେ ସୂଚନା ଦେଇଛନ୍ତି। ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ ମାସରେ ଅନୁଷ୍ଠିତ ହେବ। ଯେଉଁ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରହିବ ତାହାକୁ ଗ୍ରହଣ କରାଯିବ । ଫେବୃଆରୀରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ ଓ ଏପ୍ରିଲରେ ଏହାର ପରୀକ୍ଷାଫଳ ବାହାରିବ। ମେ’ ମାସରେ ଇଚ୍ଛାଧୀନ ଭାବେ ୨ୟ ପର୍ଯ୍ୟାୟ ପରୀକ୍ଷା ହେବ। ମାତ୍ର ଇଣ୍ଟରନାଲ୍ ଆସେସ୍ମେଣ୍ଟ କ୍ୟାଲେଣ୍ଡର ବର୍ଷରେ ଥରେ ହେବ ।






More Stories
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦୀ…..
ଓଲଟିଲା ଟ୍ରକ୍;ଆଖି ବୁଜିଲେ ୧୨ ଯାତ୍ରୀ…..