ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶୁକ୍ରବାର ଅପରାହ୍ନ ୨ ଟାରେ ସିବିଏସ୍ଇ ଦ୍ୱାଦଶ ବୋର୍ଡ ଫଳାଫଳ ପ୍ରକାଶ ପାଇଛି। ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷା ପାଇଁ ପଞ୍ଜୀକୃତ ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ ପାଇଁ ବ୍ୟବସ୍ଥା କରାଯାଇଛି । ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ।
Discussion about this post