ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିପାରେ ମହଙ୍ଗା ଭତ୍ତା । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଛି । ସୂଚନା ମୁତାବକ ମାର୍ଚ୍ଚ ମାସରେ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ବୃଦ୍ଧି କରିବେ କେନ୍ଦ୍ର ସରକାର । ତାହା ସହ ବକେୟା ଅର୍ଥ ମଧ୍ୟ ସରକାର କର୍ମଚାରୀଙ୍କୁ ଦେଇପାରନ୍ତି । ଏହି ୩% ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ କରାଯିବ । ଅର୍ଥାତ୍ ଜାନୁଆରୀ ପହିଲାରୁ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନେ ଉପକୃତ ହେବେ । ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଏହା ପ୍ରଦାନ କରୁଥିବା ଜଣାପଡ଼ିଛି ।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..