Report Card Odisha

| Daily Odia News

ପାର୍ବଣରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ସଜାଗ ରହିବାକୁ କେନ୍ଦ୍ରର ପରାମର୍ଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାର୍ବଣରେ କରୋନା ପ୍ରତି ସଜାଗ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଟିକାକରଣରେ ଶହେ କୋଟି ମାଇଲ୍‌ ଖୁଣ୍ଟ ସତ୍ତ୍ୱେ ସଜାଗ ରହିବାକୁ ପଡ଼ିବ। କେନ୍ଦ୍ର ସରକାର ଯେଉଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି, ତାକୁ ସମସ୍ତେ ପାଳନ କରନ୍ତୁ। ପଜିଟିଭିଟି ୫% ପ୍ରତିଶତରୁ ଅଧିକ ଥିବା ଅଞ୍ଚଳ ଓ କଣ୍ଟେନମେଣ୍ଟ୍‌ ଜୋନ୍‌ରେ ଗହଳି ନ କରିବାକୁ କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି।

  • ପାର୍ବଣରେ ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ଆଗୁଆ ନିର୍ଦ୍ଦେଶ ଦେଇପାରିବେ।
  • ଯେଉଁମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
  • ମଲ୍, ଲୋକାଲ୍‌ ମାର୍କେଟ୍‌, ଧର୍ମାନୁଷ୍ଠାନ ଇତ୍ୟାଦି ଖୋଲିବା ନେଇ ୨୦୨୦ ନଭେମ୍ବର ୩୦ ଓ ୨୦୨୧ ମାର୍ଚ୍ଚ ୧ର ଗାଇଡ୍‌ଲାଇନ୍‌ ପାଳନ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ କୁହାଯାଇଛି।
  • ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଟିକାକରଣ-କୋଭିଡ୍ କଟକଣା ପାଳନ ଜରୁରି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଶହେ କୋଟି କୋଭିଡ୍ ଟିକାକରଣ ପରେ ୭ଟି ଟିକା ଉତ୍ପାଦନକାରୀ କମ୍ପାନୀ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରି ସମସ୍ତଙ୍କୁ ଟିକା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭେଟିଥିବା ୭ଟି ଟିକା ଉତ୍ପାଦନକାରୀ କମ୍ପାନୀ ହେଲା- ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍, ଡକ୍ଟର ରେଡିସ୍ ଲାବ୍ରୋଟାରୀ, ଜାଇଡସ୍ କାଡିଲା, ବାୟୋଲୋଜିକାଲ ଇ, ଜେନୋଭା ବାୟୋଫାର୍ମା ଓ ପାନାସିଆ ବାୟୋଟେକ୍।

Breaking News